ପ୍ରଥମତଃ ଗଡ଼ଜାତ ଓଡ଼ିଶାରେ ବେଲୁଣି ଵା balloonକୁ ଫୁକା କୁହାଯାଏ କାରଣ ଏହାକୁ ଫୁଙ୍କାଯାଏ ଏଵଂ ଫୁଙ୍କିଵା କ୍ରିୟା ସମୟର ଧ୍ଵନ୍ୟାନୁକରଣରୁ ବେଲୁନର ଫୁକା ପ୍ରତିଶବ୍ଦ ସୃଷ୍ଟି ହୋଇଅଛି ।
ପୁନଶ୍ଚ ଦକ୍ଷିଣ ଓଡ଼ିଶାରେ ଛୋଟ ବଥ ଵା ବ୍ରଣକୁ ଫୁକା କୁହାଯାଏ କାରଣ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏହା ଫୁଟି ଉଠିଥାଏ ଵା ଫୁଲିଯାଇଥାଏ ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏତଦଵ୍ୟତୀତ ଆଉ ଦୁଇଗୋଟି ଅର୍ଥ ଉଲ୍ଲେଖ କରାଯାଇଛି ।
ଠକଲୋକ ଫୁସଲେଇ ଫାସଲେଇ ଲୋକଙ୍କୁ ଠକନ୍ତି । ସେମାନେ ମିଛକଥାକୁ ଠିକ୍ ସମ୍ମୋହନ ମନ୍ତ୍ର ଫୁଙ୍କିଲା ଭଳି ବଡ଼ ବାଗରେ କହନ୍ତି ଯେ ଲୋକେ ତାଙ୍କର କଥାକୁ ଵିଶ୍ଵାସ କରି ନିଅନ୍ତି । ତେଣୁ ଠକମାନଙ୍କୁ ମଧ୍ୟ ଫୁକା କୁହାଯାଏ ।
ପୁନଶ୍ଚ ଯିଏ ଅତି ବଲ ବଲ ହୁଏ ବହୁତ ଗପେ, ବଡ଼ ବଡ଼ କଥା କହିଥାଏ ତାକୁ ବି ଫୁକା କୁହାଯାଏ । ଏ ଶବ୍ଦଟି ଫୁକାରିଵା କ୍ରିୟାର ଉଚ୍ଚୈଃସ୍ବରରେ କହିଵା,କହିଵା,ଗର୍ଜନ କରିଵା, ରାବ କରିଵା ଓ ପ୍ରକାଶ କରିଵା ଅର୍ଥ ଘେନି ସୃଷ୍ଟି ହୋଇଅଛି । ଯିଏ ବଡ଼ ପାଟିରେ ଅନ୍ୟକୁ ଦେଖେଇକରି ନିଜର ବଡ଼ପଣ ପ୍ରଚାର କରେ, ପ୍ରକାଶ କରେ ଵା ଅନ୍ୟକୁ କହିଥାଏ ତାକୁ ଫୁକା କୁହାଯାଏ ।
No comments:
Post a Comment