Hybrid ଅର୍ଥରେ ଅନେକ ଓଡ଼ିଆ ଆଜିକାଲି ଶଙ୍କର ତଥା ଵର୍ଣ୍ଣଶଙ୍କର ଶବ୍ଦ ପ୍ରୟୋଗ କରୁଥିଵା ମୋହର ଦୃଷ୍ଟିଗତ ହୋଇଅଛି କିନ୍ତୁ ଏମନ୍ତ ଲିଖନ ଜାଣତ ହେଉ ଵା ଅଜାଣତରେ ହେଉ ଭଗଵାନ ଶିଵଙ୍କର ଅପମାନ ।
କେମିତି ?
ପ୍ରକୃତରେ ଏହିପରି ଦୁଇଗୋଟି ଶବ୍ଦ ରହିଛି ।
ସଙ୍କର ଓ ଶଙ୍କର !
ଉଭୟ ଶବ୍ଦର ଉଚ୍ଚାରଣ ସମାନ କିନ୍ତୁ ଵର୍ଣ୍ଣ ତଥା ନିରୁକ୍ତି ଭିନ୍ନ ଭିନ୍ନ ।
ଅର୍ଥ ଓ ନିରୁକ୍ତି ଵିଭିନ୍ନ ହୋଇଥିଵାରୁ ଏ ଉଭୟ ଶବ୍ଦରେ ଭିନ୍ନ ଭିନ୍ନ ସ ତଥା ଶ ଵର୍ଣ୍ଣ ରହିଛି ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ସଙ୍କର ଶବ୍ଦର ନିରୁକ୍ତି
👉ସମ୍ = ସମ୍ଯକ୍ ରୂପେ+କୃ ଧାତୁ = କରିବା+ଭାବାର୍ଥେ ଅ
ସେହିପରି କଳ୍ପଦ୍ରୁମ ସଂସ୍କୃତ ଅଭିଧାନ ଅନୁସାରେ ସଙ୍କର ଶବ୍ଦର ନିରୁକ୍ତି ଵିଷୟରେ କୁହାଯାଇଛି
“ସଙ୍କୀର୍ଯ୍ଯତେ ଇତି । ସଂ + କୃ଼ ଵିକ୍ଷେପେ + ଅପ୍ । = ସଙ୍କର”
ସଙ୍କର ଶବ୍ଦର ନିମ୍ନୋକ୍ତ ଅର୍ଥ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁହାଯାଇଛି
କ) ଏକାଧିକ ଵସ୍ତୁର ମିଶ୍ରଣ
ଖ)ଵିରୁଦ୍ଧ ପଦାର୍ଥମାନଙ୍କର ମିଶ୍ରଣ
ଗ)ଵର୍ଣ୍ଣସଙ୍କର ଜାତି ଵା ବ୍ୟକ୍ତି
ଘ)ଆଵର୍ଜନା; ସମ୍ମାର୍ଜନୀକ୍ଷିପ୍ତ ଧୂଲ୍ଯାଦି
(ସମ୍+କୃ ଧାତୁ = ଵିକ୍ଷେପ କରିଵା+କର୍ମ) ଙ)ସାଙ୍କୁଚ ମାଛ
ଚ)ଅର୍ଥାଳଙ୍କାକାର ଵିଶେଷ
(ଦ୍ର—ଯେଉଁ ଠାରେ ଏକାଧିକ ଅଳଙ୍କାର ଏକ ଵାକ୍ଯରେ ଏକତ୍ର ମିଳିତ ହୋଇ ସାପେକ୍ଷ ଭାବରେ ରହନ୍ତି, ସେଠାରେ 'ସଙ୍କର ଅଳଙ୍କାର' ହୁଏ।
ଯଥା—ଶୋଭା ସେ ଲଭିଲା ଅପ୍ସରୀ ଦିବ୍ଯ ଶୋଭାକୁ ବଳି, ଫୁଟିଲା ଲାବଣ୍ଯ ସରରେ ନବ କମଳକଳି। (ରାଧାନାଥ—ଚନ୍ଦ୍ରଭାଗା)
ସେହିପରି ଭାଷାକୋଷରେ ଶଙ୍କର ଶବ୍ଦର ନିରୁକ୍ତି ଵିଷୟରେ ଲିଖିତ ଅଛି
👉ଶମ୍ = ମଙ୍ଗଳ+କୃ ଧାତୁ+କର୍ତ୍ତ. ଆ
( ଯେ ମନୁଷ୍ଯର ମଙ୍ଗଳଵିଧାନ କରନ୍ତି ସେ ଶଙ୍କର ଅଟନ୍ତି । )
ଏହିକଥାକୁ କଳ୍ପଦ୍ରୁମ ସଂସ୍କୃତ ଅଭିଧାନରେ ଏମନ୍ତ କୁହାଯାଇଛି
“ଶଂ କଲ୍ଯାଣଂ କରୋତୀତି । ଶମ୍ + କୃ + “ଶମିଧାତୋଃ ସଂଜ୍ଞାୟାମ୍ ।”
ଶିଵ ସ୍ଵୟଂ ମଙ୍ଗଳଜନକ ଶୁଭଙ୍କର ହୋଇଥିଵାରୁ ତାଙ୍କୁ ଶଙ୍କର କୁହାଯାଏ ।
ଶଙ୍କର ଶବ୍ଦର ଵ୍ଯୁତ୍ପତ୍ତି ଵିଷୟରେ ସ୍କନ୍ଦପୁରାଣରେ ଏମନ୍ତ ମତ ପ୍ରଦତ୍ତ ହୋଇଛି
“ସଦା ଧ୍ଯାନାଚ୍ଚ ଭକ୍ତାନାଂ ପଵନଂ ଯନ୍ନିରାମୟମ୍ । ଭୂତନାଥତ୍ଵମପ୍ଯସ୍ମାତ୍ତେନାହଂ ଶଙ୍କରଃ ସ୍ମୃତଃ ॥ ”
ଭଗଵାନ ଶିଵ ହିଁ ଶଙ୍କର ଅଟନ୍ତି । ତାଙ୍କର ଭସ୍ମାସ୍ଥିଧାରଣକାରଣ ଵିଷୟରେ କାଲିକାପୁରାଣର ୮୩ତମ ଅଧ୍ଯାୟରେ ଯାହା ଉଲ୍ଲେଖ ଅଛି ତାହା ଏଠାରେ ଉଦ୍ଧାର କରାଗଲା...
“ଵିସୃଜ୍ଯ ତାନ୍ ବ୍ରହ୍ମଵିଷ୍ଣୁମଯାନ ଵୃଷଭଵାହନଃ ।
ଆଦାୟ ସଗଣାନ୍ ସର୍ଵ୍ଵାନ୍ କାମରୂପାନ୍ତରଂ ଯଯୌ ॥
ଉଗ୍ରତାରାଂ ତତୋ ଦେଵୀଂ ଗଣାଂଶ୍ଚ ପ୍ରାହ ଶଙ୍କରଃ ଉତ୍ସାରୟନ୍ତୁ ସକଳାନ୍ ଇମାନ୍ ଲୋକାନ୍ ଗଣା ଦ୍ରୁତମ୍ ।
ଉଗ୍ରତାରେ ମହାଦେଵି ତ୍ଵଞ୍ଚାପ୍ଯୁତ୍ସାରୟ ଦ୍ରୁତମ୍ ॥
ତତୋ ଗଣାଃ କାମରୂପାଦ୍ଦେଵୀ ଚାପ୍ଯପରାଜିତା ।
ଲୋକାନୁତ୍ସାରୟାମାସୁଃ ପୀଠଂ କର୍ତ୍ତୁଂ ରହସ୍ଯକମ୍ ॥
ଉତ୍ସାର୍ଯ୍ଯମାଣେ ଲୋକେ ତୁ ଚତୁର୍ଵ୍ଵର୍ଣୈର୍ଦ୍ଵିଜାତିଭିଃ ।
ସନ୍ଧ୍ଯାଚଳଂ ଗତୋ ଵିପ୍ରୋ ଵଶିଷ୍ଠଃ କୁପିତୋ ମୁନିଃ ॥
ସୋଽପ୍ଯୁଗ୍ରତାରୟା ଦେଵ୍ଯା ଉତ୍ସାରଯିତୁମୀଶୟା ।
ଗଣୈଃ ସହ ଧୃତଃ ପ୍ରାହ ଶାପଂ କୁର୍ଵ୍ଵନ୍ ସୁଦାରୁଣମ୍ ॥
ଯସ୍ମାଦହଂ ଧୃତୋ ଵାମେ ତ୍ଵୟୋତ୍ସାରୟିତୁଂ ମୁନିଃ ।
ତସ୍ମାତ୍ତ୍ଵଂ ଵାମ୍ଯଭାଵେନ ପୂଜ୍ଯା ଭଵ ସମନ୍ତ୍ରିକା ॥
ଭର୍ତ୍ସ୍ଯନ୍ତି ମ୍ଲେଚ୍ଛଵଦ୍ଯସ୍ମାଦ୍ଗଣାସ୍ତେ ମନ୍ଦବୁଦ୍ଧୟଃ ।
ଭଵନ୍ତୁ ମ୍ଲେଚ୍ଛାସ୍ତସ୍ମାଦ୍ଵୈ ଭଵତ୍ଯାଃ କାମରୂପକେ ॥
ମହାଦେଵୋଽପି ଯସ୍ମାନ୍ମାଂ ନିଃସାରଯିତୁମୁଦ୍ଯତଃ ।
ତପୋଧନଂ ମୁନିଂ ଦାନ୍ତଂ ମ୍ଲେଞ୍ଚଵଦ୍ଵେଦପାରଗମ୍ ।
ତସ୍ମାତ୍ ମ୍ଲେଚ୍ଛପ୍ରିୟୋ ଭୂୟାତ୍ ଶଙ୍କରଶ୍ଚାସ୍ଥିଭସ୍ମଧୃକ୍ ॥ ”
କାଳିକାପୁରାଣରେ ଶିଵଙ୍କୁ ଶଙ୍କର କୁହାଯାଇଛି ତେଣୁ ସେ ଶଙ୍କର ଅଟନ୍ତି ବୋଲି ସ୍ପଷ୍ଟ ହୋଇଯାଏ ।
କିନ୍ତୁ ତତ୍ସମ ସଙ୍କରଃ ଶବ୍ଦର ଅର୍ଥ ଵର୍ଣ୍ଣସଙ୍କର ତଥା ଵର୍ଣସଙ୍କରଜାତି ଅଟେ । ଵର୍ଣ୍ଣସଙ୍କର ଜାତି ଵିଷୟରେ ଗାରୁଡ଼ପୁରାଣର ୯୬ତମ ଅଧ୍ଯାୟରେ ଯାଜ୍ଞଵକ୍ଳ ଋଷିଙ୍କ ମୁଖରେ ଏମନ୍ତ କଥିତ ହୋଇଛି...
ଯାଜ୍ଞଵଲ୍କା ଉଵାଚ ।
“ଵକ୍ଷ୍ଯେ ସଙ୍କରଜାତ୍ଯାଦି ଗୃହସ୍ଥାଦିଵିଧିଂ ପରମ୍ ।
ଵିପ୍ରାନ୍ମୂର୍ଦ୍ଧାଵସିକ୍ତୋ ହି କ୍ଷତ୍ରିୟାୟାଂ ଵିଶଃ ସ୍ତ୍ରିୟାମ୍ ॥
ଜାତୋଽମ୍ବଷ୍ଠସ୍ତୁ ଶୁଦ୍ରାୟାଂ ନିଷାଦଃ ପାର୍ଷତୋଽପି ଵା ।
ମାହିଷ୍ଯୋଗ୍ରୌ ପ୍ରଜାୟେତେ ଵିଟ୍ଶୁଦ୍ରାଙ୍ଗନୟୋର୍ନୃପାତ୍ ॥
ଵେଶ୍ଯାଂ ଶୁଦ୍ରାଚ୍ଚ ରାଜନ୍ଯାଂ ମାହିଷ୍ଯୋଗ୍ରୌ ସୁତୌ ସ୍ମୃତୌ ।
ଶୂଦ୍ରାୟାଽ କରଣୋ ଵୈଶ୍ଯାତ୍ ଵିଦ୍ଵାନ୍ ଏଷ ଵିଧିଃ ସ୍ମୃତଃ ॥
ବ୍ରାହ୍ମଣ୍ଯାଂ କ୍ଷତ୍ତ୍ରିୟାତ୍ ସୂତୋ ଵୈଶ୍ଯାଦ୍ଵୈଦେହକସ୍ତଥା ।
ଶୂଦ୍ରାଜ୍ଜାତସ୍ତୁ ଚାଣ୍ଡାଳଃ ସର୍ଵ୍ଵଧର୍ମ୍ମବହିତଷ୍କୃତଃ ॥
କ୍ଷତ୍ତ୍ରିୟା ମାଗଧଂ ଵୈଶ୍ଯାତ୍ ଶୂଦ୍ରାତ୍ କ୍ଷତ୍ତାରମେଵ ଚ ।
ଶୂଦ୍ରାଦାଯୋଗଵଂ ଵୈଶ୍ଯା ଜନୟାମାସ ଵୈ ସୁତମ୍ ॥
ମାହିଷ୍ଯେଣ କରଣ୍ଯାନ୍ତୁ ରଥକାରଃ ପ୍ରଜାୟତେ ।
ଅସଂସ୍ତୁତାଶ୍ଚ ଵିଜ୍ଞେୟାଃ ପ୍ରାତିଲୋମାନୁଲୋମଜାଃ ॥ ଜାତ୍ଯୁତ୍କର୍ଷାଦ୍ଦ୍ଵିଜୋ ଜ୍ଞେୟଃ ସପ୍ତମେ ପଞ୍ଚମେଽପି ଵା ।
ଵ୍ଯତ୍ଯୟେ କର୍ମ୍ମଣାଂ ସାମ୍ଯେ ପୂର୍ଵ୍ଵଵଚ୍ଚୋତ୍ତରାଵରମ୍ ॥ ”
ଏଣୁ ସଙ୍କର ଶବ୍ଦର ଅର୍ଥ hybrid ଆଉ ଶିଵଙ୍କର ନାମ ଶଙ୍କର । ଉଭୟ ଭିନ୍ନ ଭିନ୍ନ ଶବ୍ଦ ତେଣୁ hybrid ଅର୍ଥରେ ଶଙ୍କର ଶବ୍ଦର ପ୍ରୟୋଗ ଭଗଵାନ ଶିଵଙ୍କର ଅପମାନ ।
No comments:
Post a Comment