Monday, March 13, 2023

ଓଡ଼ିଆ ଭାଷାର ସ୍ଵଦେଶ ଶବ୍ଦ ସୂଚୀ

Swadesh list ଵା  ସ୍ଵଦେଶ ସୂଚୀ ଗୋଟିଏ ଭାଷାର ସର୍ଵନିମ୍ନ ଶବ୍ଦସୂଚୀ ଅଟେ । ଗୋଟିଏ ଭାଷାର ଅତି ଆଵଶକୀୟ ୧୦୦ଟି,୨୦୦ଟି କିମ୍ବା ୧୦୦୦ଟି ଶବ୍ଦ ଜାଣିଥିଲେ ସେ ଭାଷାକୁ ବୁଝିଵା ଓ କହିଵା ସହଜ ହୋଇଯାଏ । ଅନେକ ଭାଷାର ଅତି ଆଵଶକୀୟ ସର୍ଵନିମ୍ନ ଶବ୍ଦସୂଚୀ ଵା ସ୍ବଦେଶ ସୂଚୀ ଦ୍ଵାରା ଭାଷାଵିଦମାନେ ଦୁଇ ଵା ତତୋଃଧିକ ଭାଷା ମଧ୍ୟରେ ତୁଳନାତ୍ମକ ଵ୍ୟାଖ୍ୟା କରିଥାନ୍ତି। 

ଆମେରକୀୟ ଭାଷାଵିଦ Morris Swadesh ପ୍ରଥମେ ଏଭଳି ଶବ୍ଦସୂଚୀ କରିଥିଵାରୁ ତାଙ୍କ ନାମାନୁସାରେ ଏହି ଶବ୍ଦସୂଚୀକୁ ସ୍ଵଦେଶ ସୂଚୀ କୁହାଯାଉଛି । 
ମୋରିସ୍ ସ୍ଵଦେଶ ଜଣେ ଇହୁଦୀ ଏଵଂ ତାଙ୍କ ବାପାମାଆ ବହୁଭାଷୀ ଥିଲେ । ଭାଷାଵିଦ ସ୍ଵଦେଶ ପିଲାବେଳୁ ୟେଡିସ୍, ଇଂରାଜୀ ଓ ରଷୀଭାଷା ଜାଣିଥିଲେ ଏଵଂ ଏହି ତିନୋଟି ଭାଷାରେ ସେ ଦକ୍ଷ ଥିଲେ । ଜଣେ ବହୁଭାଷୀ ହୋଇଥିଵାରୁ ଆପଣାଛାଏଁ ତାଙ୍କର ଭାଷା ଵିଷୟରେ ଜାଣିଵାର ଆଗ୍ରହ ବଢି଼ଥିଲା ଏଵଂ ଏହା ତାଙ୍କୁ ଜଣେ ଭାଷାଵିଦ ଭାବେ ପ୍ରତିଷ୍ଠିତ କରିଵାକୁ ପ୍ରେରିତ ମଧ୍ୟ କରିଥିଲା । ଭାଷାଵିଜ୍ଞାନର
lexicostatistics(the quantitative assessment of the genealogical relatedness of languages) ଓ glottochronology(the dating of language divergence) କ୍ଷେତ୍ରରେ ସ୍ଵଦେଶ ସୂଚୀ ଆଵଶ୍ୟକ ହୋଇଥାଏ । 

ମୋରିସ୍ ସ୍ଵଦେଶ ପ୍ରଥମେ ୨୧୩ଟି ଶବ୍ଦକୁ ନେଇ ସ୍ଵଦେଶ ସୂଚୀ କରିଥିଲେ । Salish-Spokane-Kalispel ଭାଷାର ସ୍ଵଦେଶ ସୂଚୀ କଲାବେଳେ ଏହି ଶବ୍ଦ ସଂଖ୍ୟା ୧୬୫କୁ କମି ଆସିଥିଲା । 

ଭାଷାଵିଦ ମୋରିସ୍ ସ୍ଵଦେଶଙ୍କର ଦେହାଵସାନ ୧୯୬୭ ଵର୍ଷ ଜୁଲାଇ କୋଡ଼ିଏରେ ମେକ୍ସିକୋ ନଗରରେ ହେଵାର ପାଞ୍ଚ -ଛଅ ଵର୍ଷ ପରେ ତାଙ୍କର "୧୦୦ ସର୍ଵନିମ୍ନ ଆଵଶ୍ୟକୀୟ ସ୍ଵଦେଶ ସୂଚୀ" ପ୍ରକାଶ ପାଇଥିଲା ।‌

ନିମ୍ନରେ ଓଡ଼ିଆ ଭାଷାର "୧୦୦ ସର୍ଵନିମ୍ନ ଆଵଶ୍ୟକୀୟ ସ୍ବଦେଶ ଶବ୍ଦ ସୂଚୀ" ପ୍ରଦତ୍ତ ହେଲା ଯାହା ଏ ଅକିଞ୍ଚନ ପ୍ରସ୍ତୁତ କରିଛି । 

(୧)I— ମୁଁ(ମୁହିଁ, ମୁଇଁ)
(୨)you —ତୁମେ(ତମେ,ତୁମ୍ଭେ)
(୩)we — ଆମେ(ଆମ୍ଭେ)
(୪)this/it—ଏହା(ଏଇଟା,ଏତା)
(୫)that — ତାହା,ସେଇଟା,(ସେତା,ସେଟା,ହେଟା)
(୬)My — ମୋର(ମୋହର)
(୭)Your—ତୁମର(ତୁମ୍ଭର)
(୮)Our—ଆମର (ଆମ୍ଭର)
(୯)who? — କିଏ(କେ)
(୧୦)what? — କ'ଣ(କଁ,କି,କିରା,କିସ,କିୟଣ,କାଣା,କାଡ଼ା )
(୧୧)not — ନୁହେଁ(ନାଇଁ)
(୧୨)all — ସବୁ(ସମସ୍ତ,ସକଳ,ସର୍ଵ)
(୧୩)many— ଅନେକ, ବହୁତ(ଗୁରୁଦ୍,ବହେ,ଗୁଡ଼େ)
(୧୪)one — ଏକ(ଗୋଟେ)
(୧୫)two — ଦୁଇ(ଯୋଡ଼େ,ବେନି)
(୧୬)big — ବଡ଼(ଵିଶାଳ,ଵୃହତ)
(୧୭)long—ଲମ୍ବା(ଦୀର୍ଘ)
(୧୮)small—ସାନ(ଛୋଟ, କ୍ଷୁଦ୍ର,ଚୁଇଁ)
(୧୯)woman— ମହିଳା,ସ୍ତ୍ରୀଲୋକ
(୨୦)man — ପୁରୁଷ(ଅଣ୍ଡିରା,ନର)
(୨୧)person — ଲୋକ(ଵ୍ୟକ୍ତି,ଜନ)
(୨୨)fish — ମାଛ,(ଝୁରୀ,ପାଣିଫଳ)
(୨୩)bird— ପକ୍ଷୀ,ଚଢ଼େଇ
(୨୪)dog— କୁକୁର(ଶ୍ବାନ)
(୨୫)louse— ଉକୁଣୀ
(୨୬)tree —ଗଛ(ଵୃକ୍ଷ,ଦାରୁ,ପାଦପ)
(୨୭)seed — ମଞ୍ଜି(ଵୀଜ)
(୨୮)leaf — ପତ୍ର(ଅଲୋଉ,ପତର)
(୨୯)root — ଚେର(ବୁନ୍ଧ)
(୩୦)bark(Tree) — ଛାଲ,ଛାଲି,ବକ୍କଳ
(୩୧)skin— ଚର୍ମ(ଚମ)
(୩୨)flesh — ମାଂସ,ମାଉଁଷ
(୩୩)blood— ରକ୍ତ(ଲହୁ,ରୁଧିର)
(୩୪)bone— ହାଡ଼(ଅସ୍ଥି)
(୩୫)grease— ଚର୍ବି
(୩୬)egg— ଅଣ୍ଡା,ଗରା
(୩୭)horn — ଶିଙ୍ଘ
(୩୮)tail— ଲାଞ୍ଜ,(ଲେଞ୍ଜ,ପୁଚ୍ଛ)
(୩୯)feather — ପର,ପକ୍ଷୀ(ପକ୍ଷ,ପଁକ୍ଷୀ)
(୪୦)hair— ବାଳ,କେଶ,ଚୁଟି
(୪୧)head — ମୁଣ୍ଡ(ମସ୍ତକ)
(୪୨)ear— କାନ(କର୍ଣ୍ଣ)
(୪୩)eye— ଆଖି(ଚକ୍ଷୁ)
(୪୪)nose— ନାକ(ନାସିକା)
(୪୫)mouth— ମୁହଁ,ପାଟି(ମୁଖ)
(୪୬)tooth — ଦାନ୍ତ(ଦନ୍ତ)
(୪୭)tongue— ଜିଭ
(୪୮)claw —ପଞ୍ଝା
(୪୯)foot— ତଳିପା,ପାଦ 
(୫୦)knee —ଆଣ୍ଠୁ
(୫୧)hand— ହାତ(ହାଏତ୍,କର)
(୫୨)belly — ପେଟ
(୫୩)neck (not nape/ବେକର ପଛଭାଗକୁ nape କୁହାଯାଏ)— ବେକ
(୫୪)breasts(female)— ସ୍ତନ,କୁଚ(ଦୁଧ,ଦଦ)
(୫୫)heart— ହୃଦୟ(ହୁରୁଦ୍,ହିଆ, ହୃତପିଣ୍ଡ)
(୫୬)liver—ଯକୃତ(କଲିଜା)
(୫୭)drink (verb)— ପିଇଵା
(୫୮)eat (verb)—ଖାଇଵା
(୫୯)bite (verb)—କାମୁଡି଼ଵା(ଚାବିଵା,ଚୋବେଇଵା)
(୬୦)see (verb)—ଦେଖିଵା
(୬୧)hear (verb)— ଶୁଣିଵା
(୬୨)know (facts)— ଜାଣିଵା
(୬୩)sleep (verb)— ଶୋଇଵା
(୬୪)die (verb)— ମରିଵା
(୬୫)kill (verb)—ମାରିଵା
(୬୬)swim (verb)— ପହଁରିଵା
(୬୭)fly (verb)— ଉଡି଼ଵା
(୬୮)walk (verb)— ଚାଲିଵା
(୬୯)come (verb)—ଆସିଵା
(୭୦)lie (on side, recline)— ନଇଁଵା
(୭୧)sit (verb)—ବସିଵା
(୭୨)stand (verb)—ଠିଆହେଵା,ଛିଡ଼ା ହେଵା
(୭୩)give (verb)—ଦେଵା
(୭୪)say (verb)—କହିଵା
(୭୫)sun—ସୂର୍ଯ୍ୟ
(୭୬)moon—ଜହ୍ନ(ଚନ୍ଦ୍ର)
(୭୭)star—ତାରା(ନକ୍ଷତ୍ର)
(୭୮)water (noun)— ପାଣି,ଜଳ(ପାଏନ୍)
(୭୯)rain— ଵର୍ଷା,ମେଘ(ବରଷା)
(୮୦)stone— ପଥର(ଶିଳା)
(୮୧)sand— ବାଲି
(୮୨)earth (soil)— ମାଟି
(୮୩)cloud (not fog)— ବାଦଲ,ବାରିଦ
(୮୪)smoke (noun, of fire)— ଧୂଆଁ(ଧୂମ,ଧୂମ୍ର)
(୮୫)fire— ନିଆଁ, ଅଗ୍ନି(ଜଇ)
(୮୬)ash(es)— ପାଉଁଶ
(୮୭)burn (verb intr.!)—ଜଳିଵା
(୮୮)path(road, trail; not street)— ବାଟ(ପଥ,ରାସ୍ଥା)
(୮୯)mountain (not hill/ପାହାଡ଼ ନୁହେଁ)— ପର୍ଵତ
(୯୦)red (color)— ନାଲି(ଲାଲି,ଲାଲ୍,ଲୋହିତ,ରକ୍ତଵର୍ଣ୍ଣ)
(୯୧)green (color)—ସବୁଜ
(୯୨)yellow (color)—ହଳଦିଆ
(୯୩)white (color)—ଧଳା(ଧୋବ,ଧୋବଲା,ଧଵଳ)
(୯୪)black (color)—କଳା(କାଳିଆ,କୃଷ୍ଣ)
(୯୫)night— ରାତି(ରାତ୍ରି,ଅନ୍ଧାର)
(୯୬)hot (adjective;warm, of weather)— ଗରମ,ଖରା(ଉତ୍ତାପ)
(୯୭)cold (of weather)— ଥଣ୍ଡା(କୋହଲା,କାକର)
(୯୮)full— ପୂର୍ଣ୍ଣ,ପୁରା
(୯୯)new—ନୂଆ(ନଵ,ନୂତନ)
(୧୦୦)good— ଭଲ(ଅଏନ୍,ବନେ,ବଢି଼ଆ,ଉତ୍ତମ)
(୧୦୧)round— ଗୋଲ(ଗୋଲାକାର,ଗୋଲିଆ)
(୧୦୨)dry (substance)— ଶୁଖିଲା (ଶୁଷ୍କ)
(୧୦୩)name— ନାଆଁ(ନାମ)

(ଵି:ଦ୍ର :—ଏହି "ଓଡ଼ିଆ ସ୍ଵଦେଶ ଶବ୍ଦ ସୂଚୀ"ରେ ପରିଵର୍ତ୍ତନ ସମ୍ବନ୍ଧୀୟ ଆପଣଙ୍କର କୌଣସି ମତ ଥିଲେ ଜଣାଇଵାକୁ ଅନୁରୋଧ । ଏଥିରେ କେତେକ ଶବ୍ଦର ବନ୍ଧନୀ ମଧ୍ୟରେ ଅତିରିକ୍ତ ପ୍ରତିଶବ୍ଦ ମଧ୍ୟ ଉଲ୍ଲେଖ କରାଯାଇଛି । ଓଡ଼ିଆ ଏକ ଶବ୍ଦ ସମୃଦ୍ଧ ଭାଷା ହୋଇଥିଵାରୁ ଏହାର ଗୋଟିଏ ଶବ୍ଦର ପାଞ୍ଚରୁ ଅଧିକ ପ୍ରତିଶବ୍ଦ ମିଳିଥାଏ । ଫଳତଃ ଏ ଭାଷାରେ ସ୍ଵଦେଶ ଶବ୍ଦ ସୂଚୀ କରିଵା କ୍ଷେତ୍ରରେ ସମସ୍ୟା ଉତ୍ପନ୍ନ ହେଵା ସ୍ଵାଭାଵିକ କଥା ଅଟେ । ଓଡ଼ିଆ ଭାଷା ପାଇଁ ପୂର୍ଵରୁ କେହି ଏହିପରି ସ୍ଵଦେଶ ଶବ୍ଦ ସୂଚୀ ପ୍ରସ୍ତୁତ କରିଥିଵା ଜାଣିଥିଲେ ଜଣାଇଵାକୁ ଅନୁରୋଧ 🙏)

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...