ତେବେ ଆଧୁନିକ ଯୁଗର ଭାଷାଵିଦମାନେ ଏହି ଫୁଲ ଵା ଫୁଲ୍ଲର ପ୍ରାକ୍ ଭାରୋପୀୟ ଶବ୍ଦରୂପ bʰolh₃-yom ଓ ପ୍ରାକ୍ ଭାରୋପୀୟ ଧାତୁରୂପ *bʰleh₃- ନିର୍ଣ୍ଣୟ କରିଛନ୍ତି । ଏହି ଵୈଶ୍ବିକ ଆଧୁନିକ ନିରୁକ୍ତି ପ୍ରଣାଳୀ ସଂସ୍କୃତ ଭାଷାର ନିରୁକ୍ତି ପ୍ରଣାଳୀ ଅନୁକରଣରେ ପ୍ରତିଷ୍ଠିତ ।
ଅସ୍ତୁ,ଆମ ଦେଶର ଭାରୋପୀୟ ଭାଷାଗୁଡ଼ିକରେ ଯେମିତି ଫୁଲ ଶବ୍ଦ ଚଳୁଅଛି ଠିକ୍ ସେହିପରି ହେଲେନିକ୍ ଶାଖାର ଲାଟିନ ଭାଷାରେ flōrem ଓ flōs ଶବ୍ଦ ଅଛି । ପ୍ରାଚୀନ ଗ୍ରୀକ ଭାଷାରେ ଫୁଲକୁ φύλλον (phúllon) କୁ଼ହାଯାଉଥିଲା । ଆଧୁନିକ ହେଲେନିକ୍ ଭାଷାଗୁଡି଼କ ମଧ୍ୟରେ ଇଟାଲିଆନ୍ ଭାଷାରେ fiore,ସ୍ବେଡିଶ ଓ ସ୍ପାନିଶ୍ ଭାଷାରେ flor ଶବ୍ଦ ମଧ୍ୟ ଏହା ସହିତ ସଗୋତ୍ରୀୟ ।
ଜର୍ମାନିକ୍ ଭାଷାଗୁଡି଼କ ମଧ୍ୟରେ
ଜର୍ମାନ୍ ଭାଷାର ଜର୍ମାନ୍ ଭାଷାରେ Blüte, bluot,blühen,Blume ଓ
Blüte,ଗୋଥିକ୍ 𐌱𐌻𐍉𐌼𐌰 (blōma), ତଥା ପୁରୁଣା ଆଉ ନୂଆ ଇଂରାଜୀର Flower,blead,blōstm, blæd(ପତ୍ର),blossom ଓ blade ଆଦି ଶବ୍ଦର ସଗୋତ୍ରୀୟ ସମ୍ପର୍କ ଆମ ଭାରତୀୟ ଫୁଲ ଶବ୍ଦ ସହ ଅଛି ।
ଭାରୋପୀୟ ଭାଷାଶାଖା କେଲ୍ଟିକ୍ ଅନ୍ତର୍ଗତ
ବ୍ରେଟନ୍ ଭାଷାର bleuñv,ୱେଲ୍ସ ଭାଷାର blawd ଓ blodyn,କୋର୍ନିଶ୍ ଭାଷାର
bleujen, ଆଇରିଶ୍ ଭାଷାର bláth ଓ
ମାନ୍ସ୍ ଭାଷାର blaa ଆଦି ଶବ୍ଦ ବି ଆମ ଭାଷାର ଫୁଲ ଶବ୍ଦର ସଗୋତ୍ରୀୟ।
ଆର୍ମେନୀୟ բողբոջ (bołboǰ) ଶବ୍ଦର ମଧ୍ୟ ଭାରତୀୟ ଫୁଲ ଶବ୍ଦ ସହିତ ସଗୋତ୍ରୀୟ ସମ୍ପର୍କ ଅଛି ।
ଆଚ୍ଛା ଯେମିତି ଇଂରାଜୀ ଭାଷାରେ *bʰleh₃- ମୂଳରୁ blade ଶବ୍ଦ ସୃଷ୍ଟି ହୋଇଛି ଠିକ୍ ସେହିପରି ସେଇ ଭାରୋପୀୟ ଧାତୁରୂପରୁ ସଂସ୍କୃତ ଭାଷାରେ ଫଳ,ଫଳକ ତଥା ଓଡ଼ିଆ ଭାଷାରେ ଫଲା(ଦୋଫଲା) ଶବ୍ଦ ସୃଷ୍ଟି ହୋଇଛି(ସଂସ୍କୃତର ପାରମ୍ପରିକ ନିରୁକ୍ତି ଦୃଷ୍ଟିରୁ ଫଳ୍ ଧାତୁ)।
ତେବେ ଭାଷା କ୍ଷେତ୍ରରେ ଏତେ ସବୁ ନୂଆ ନୂଆ ତଥ୍ୟ ଗଵେଷଣା ହେଲା ପରେ ବି ଆମର କିଛି ତଥାକଥିତ ସ୍ବଘୋଷିତ ଭାଷାଵିଦ ସେଇ ପାଣିନୀଙ୍କ ଅଷ୍ଟାଧ୍ୟାୟୀରେ ଠାକିଛନ୍ତି । ଵର୍ଷେ ତଳେ ଏଇ ଓଡ଼ିଆ ଶବ୍ଦ ସମ୍ଭାର ଗୋଷ୍ଠୀରେ ଜଣେ ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ତଥାକଥିତ ସୀମାନ୍ତଵାସୀ ଭାଷାଵିଦ ମୋର ଏକ Proto indo European root ଵ୍ୟାଖ୍ୟାକୁ ପଢ଼ି ମତ ଦେଇଥିଲେ ଯେ ଆମେ ଏସବୁ ପାଶ୍ଚାତ୍ୟ ଭାଷାଵିଦମାନଙ୍କ କଥା ମାନୁନା ।
ଆଚ୍ଛା ଠିକ୍ ଅଛି ତେମେ ନମାନିଲେ ନମାନ କିନ୍ତୁ ତୁମେ ନମାନିଲେ ସତ୍ୟ ବଦଳି ଯିଵ କି ? ଭାରତରୁ ଲୋକେ ୟୁରୋପ ଯାଇଥିଲେ କି ୟୁରୋପରୁ ଭାରତକୁ ଆସିଥିଲେ ତାହା ଭିନ୍ନ ଵିଷୟ । ସେହିପରି ପୂର୍ଣ୍ଣ ,ପୂରା ଓ full ଶବ୍ଦ ମଧ୍ୟ ସଗୋତ୍ରୀୟ । ଏତେ ସବୁ ଶବ୍ଦ କ'ଣ ଆପଣାଛାଏଁ ଗୋଟେ ଅଞ୍ଚଳରୁ ଆଉ ଗୋଟେ ଅଞ୍ଚଳକୁ ଉଡ଼ିଯାଇଥିଲା ନା ପ୍ରତିଵର୍ଷ ଵିଦେଶାଗତ ପକ୍ଷୀମାନେ ଗଲା ଆଇଲା ବେଳେ ଭାରତ ଓ ୟୁରୋପର ମଣିଷମାନଙ୍କୁ ଶବ୍ଦ ଦେଇ ଦେଉଥିଲେ ।
ମୁଁ ଆଶ୍ଚର୍ଯ୍ୟ ହେଉଛି ଏମାନେ ଗୋଟିଏ ପ୍ରାମାଣିକ ଶବ୍ଦ ଵୈଶ୍ଵିକ ଵ୍ୟୁତ୍ପତ୍ତି ପ୍ରଣାଳୀକୁ ବୁଝିନପାରି ତାକୁ ଗ୍ରହଣ କରୁନାହାନ୍ତି ତଥାପି ଏମାନଙ୍କୁ ଲୋକେ କୋଉ ଆଧାରରେ ଭାଷାଵିଦ କହୁଛନ୍ତି ।
No comments:
Post a Comment